ବିଜେପିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

0

ଭୁବନେଶ୍ୱର (ଆମ ଟିଭି ): ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ନିଜ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଦେଇଛନ୍ତି । ବସ୍ତା ଆସନରୁ ରଘୁନାଥ ମହାନ୍ତି ୫-୫ ଥର ବିଧାୟକ ଥିଲେ । ସରକାରୀ ଦଳର ମୁଖ୍ୟ ସଚେତକ ଥିବା ସହ ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଉ ବସ୍ତା ନିର୍ବାଚନମଣ୍ଡଳୀରୁ ଲଢି ହାରିଯାଇଥିଲେ ।

 

ବିଜେପିରୁ ଇସ୍ତଫା ଦେବା ପରେ ରଘୁ ମହାନ୍ତି କହିଛନ୍ତି, ସେ ଜଣେ ଶୃଙ୍ଖଳିତ କର୍ମୀ ଥିଲେ । ତେବେ ବିଜେପିରେ ତାଙ୍କୁ ଅଣଦେଖା କରାଗଲା । କେଉଁ ଦଳରେ ମିଶିବ ନିଷ୍ପତି ନେଇନାହିଁ । ଏ ବାବଦରେ ସମୟ କହିବ । ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତି ନେବ । ବିଜେପିର ବିଚାରଧାରା ସହ ତାଙ୍କ ବିଚାରଧାରା ମିଶିଲାନି । ଯାହା ନିଷ୍ପତ୍ତି ନେବି ଜଣାଇବି ବୋଲି କହିଛନ୍ତି ରଘୁ ମହାନ୍ତି ।

Leave A Reply

Your email address will not be published.