ନିର୍ବାଚନ ଲଢ଼ିବେ ସଞ୍ଜୟ ଦତ୍ତ !
ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟ୍ରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଖୋଦ୍ ଅଭିନେତା ସଞ୍ଜୟ ଦତ୍ତ।
ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଖବରକୁ ସଞ୍ଜୟ ଦତ୍ତ ଖଣ୍ଡନ କରିଛନ୍ତି। ସେ ନିର୍ବାଚନ ଲଢ଼ିବା ଖବର ସତ ନୁହେଁ। ଏହା କେବଳ ଏକ ଗୁଜବ ବୋଲି ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।
ସେ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ Xରେ କହିଛନ୍ତି, ‘କୌଣସି ବି ଦଳରେ ମୁଁ ସାମିଲ ହେବାକୁ ଯାଉନାହିଁ। ଯଦି ମୁଁ ରାଜନୀତିରେ ଏଣ୍ଟ୍ରି କରିବି ତେବେ ମୁଁ ନଜେ ଏନେଇ ଘୋଷଣା କରିବି। ଦୟାକରି ଏଭଳି ଗୁଜବଠାରୁ ଦୂରେଇ ରହୁନ୍ତୁ।’ ଉଡା ଖବର ତଥା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି।