ଭୁବନେଶ୍ୱର (ଆମ ଟିଭି): ଖୁବ୍ ଶୀଘ୍ର ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଳାଇପାରନ୍ତି ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନରେ ଏକ ସ୍ୱତନ୍ତ୍ର ବସ୍ ଯୋଗେ ସାରା ରାଜ୍ୟରେ ବୁଲୁଥିଲେ ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ଶେଷ ଆଡ଼କୁ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିପାରନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶାରେ ପ୍ରଚାର କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।
ଧୀରେ ଧୀରେ ସରଗରମ ହେଉଛି ରାଜ୍ୟ ରାଜନୀତି । ନିର୍ବାଚନ ପ୍ରଚାରକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେଡି-ବିଜେପି । ଦଳର ଷ୍ଟାର କ୍ୟାମ୍ପେନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଆସି ପ୍ରଚାର କରିବେ ବୋଲି କହିଛନ୍ତି ବିଜେପି ନେତା । ସେହିପରି ଏହି ମାସ ଶେଷ ଆଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।