ଚପଲ ମାଳ ପିନ୍ଧି ନିର୍ବାଚନ ପ୍ରଚାର କଲେ ପ୍ରାର୍ଥୀ

0

ନୂଆଦିଲ୍ଲୀ (ଆମ ଟିଭି): ମୁଣ୍ଡ ଉପରେ ନିର୍ବାଚନ। ଏଥିପାଇଁ ସଜବାଜ ଆରମ୍ଭ କଲେଣି ସବୁ ଦଳ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଏପରି ଏକ ଭିନ୍ନ ଧରଣର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡରେ। ଆଲିଗଡରେ ଜଣେ ସ୍ବାଧୀନ ପ୍ରାର୍ଥୀ ପଣ୍ଡିତ କେଶବ ଦେବ ଚପଲ ମାଳ ପିନ୍ଧି ଭୋଟ୍‌ ମାଗୁଥିବାର ଦେଖାଯାଇଛନ୍ତି।

କହିରଖୁଛୁ କି, ନିର୍ବାଚନ ଆୟୋଗଙ୍କ ଦ୍ୱାରା କେଶବଙ୍କୁ ଚପଲର ନିର୍ବାଚନ ଚିହ୍ନ ଦିଆଯାଇଛି। ପାରମ୍ପରିକ ଫୁଲର ମାଳ ବଦଳରେ ପଣ୍ଡିତ କେଶବ ଦେବ ତାଙ୍କ ବେକରେ ସାତୋଟି ଚପଲ ମାଳ ପିନ୍ଧି ସହରରେ ପ୍ରଚାର କରୁଛନ୍ତି। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ସହରରେ ମଧ୍ୟ ଏହା ଉପରେ ଆଲୋଚନା ହେଉଛି ।

ପଣ୍ଡିତ କେଶବ ଦେବ ନିଜକୁ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ଏହାପୂର୍ବରୁ ସେ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବର୍ତ୍ତମାନ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସହରରେ ଏକ ଗୁଜବ ସୃଷ୍ଟି ହୋଇଛି ଯେ, ସେ ବେକରେ ଚପଲ ମାଳ ପିନ୍ଧି ଚପଲ ଚିହ୍ନକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି।

Leave A Reply

Your email address will not be published.