ପ୍ରେମାନନ୍ଦ କହିଲେ କିଛି ପ୍ରଭାବ ପଡ଼ିବ ନାହିଁ

0

ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଏହା ପରେ ପ୍ରେମାନନ୍ଦ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଭ୍ୟ ପଦ ରଦ୍ଦ ମୋ’ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଦଳ ଆଗରୁ ଛାଡ଼ିଛି, ଏବେ ଯେଉଁ ଦଳରେ ଅଛି ତା’ ପାଇଁ କାମ କରିବି।

ସୂଚନାଯୋଗ୍ୟ ଦଳ ବଦଳ ନେଇ ବାଚସ୍ପତି ତେଲକୋଇ ବିଧାୟକ ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ କରିଥିଲେ। କିଛିଦିନ ତଳେ ବିଜେଡି ଛାଡ଼ି ପ୍ରେମାନନ୍ଦ ଭାଜପାରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.