ପୁଣି ବର୍ଷିଲେ ମମତା
ନିର୍ବାଚନ ବେଳେ କିଛି ଲୋକେ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ସାବଧାନ ରୁହନ୍ତୁ। ଜାଲରେ ଫସନ୍ତୁ ନାହିଁ। ଆମେ ସୁନ୍ଦର ଓ ଶାନ୍ତ ପରିବେଶ ଚାହୁଁଛୁ। ତେଣୁ ସମସ୍ତଙ୍କୁ ଏକଜୁଟ ରୁହନ୍ତି। ଇଦ୍-ଉଲ-ଫିତର ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏଭଳି କିଛି କହିଛନ୍ତି। ଏଥିସହ ସେ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି।
ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ମମତା। ନାଗରିକତ୍ୱ ସଂଶୋଧନ ଆଇନ୍ (CAA), ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ଏବଂ ୟୁନିଫର୍ମ ସିଭିଲ କୋଡକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ ମମତା କହିଛନ୍ତି।