ଲେଖାଶ୍ରୀଙ୍କୁ ବିଜେଡି ଉପହାର: ବାଲେଶ୍ୱର ପାଇଁ ମିଳିଲା ଲୋକସଭା ଟିକେଟ

0

ଭୁବନେଶ୍ୱର (ଆମ ଟିଭି):   ନିକଟରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ଭରସା କରିଛି ବିଜେଡି । ଦଳ ଛାଡିବାର କିଛି ଦିନ ଭିତରେ ତାଙ୍କୁ ବିଜେଡି ବାଲେଶ୍ୱର ଲୋକସଭା ଟିକେଟ ଦେଇଛି । ତେବେ ୨୦ ସାଂସଦଙ୍କ ପାଇଁ ଟିକେଟ ଘୋଷଣା ହୋଇସାରିଥିବା ବେଳେ କେବଳ ବାଲେଶ୍ୱର ପାଇଁ ଘୋଷଣା ହୋଇନଥିଲା । ତେବେ ସେଠାରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଏହାରି ଭିତରେ ଲେଖାଶ୍ରୀଙ୍କୁ ଦଳ ସେଠାରୁ ଲୋକସଭା ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛି ।

ବାଲେଶ୍ୱର ଆସନରେ ଏଥର ଲୋକସଭାରେ ବଡ ଲଢେଇ ଦେଖିବାକୁ ମିଳିବ । କାରଣ ଏହି ଆସନରୁ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ସାଂସଦ ଭାବେ ଟିକେଟ ଦେଇଛି । ପ୍ରତାପ ଷଡଙ୍ଗୀ ଏହି ଆସନରୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କୁ ୧୨ ହଜାର ଭୋଟରେ ପରାଜିତ କରିଥିଲେ । ହେଲେ ଦଳ ଏଥର ବାଲେଶ୍ୱର ବିଜୟୀ ହେବା ପାଇଁ ନୂଆ ଚାଲ ଖେଳିଛି ଆଉ ରବିନ୍ଦ୍ରଙ୍କ ସ୍ଥାନରେ ମହିଳା କାର୍ଡ ଖେଳି ଲେଖାଶ୍ରୀଙ୍କୁ ଟିକେଟ ଦେଇଛି । ସେହିପରି ରବିନ୍ଦ୍ରଙ୍କ ପତ୍ନୀ ଶୁଭାସିନି ଜେନାଙ୍କୁ ବିଜେଡି ବସ୍ତାରୁ ବିଧାନସଭା ଟିକେଟ ଦେଇଛି ।

Leave A Reply

Your email address will not be published.