୧୭ରୁ ଅସମ୍ଭାଳ ହୋଇପାରେ ତାତି: ଆଜିର ତାପମାତ୍ରାଠାରୁ ବଢ଼ିପାରେ ୧୪ରୁ ୧୫ ଡ୍ରିଗୀ

0

ଭୁବନେଶ୍ୱର (ଆମ ଟିଭି): ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ ସହ ଗୁଳୁଗୁଳି । କାଳବୈଶାଖୀ ଯୋଗୁଁ ବର୍ତମାନ ପାଗ ଥଣ୍ଡା ରହିଥିବା ବେଳେ ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ଡେଇଁପାରେ ୪୦ ଡିଗ୍ରୀ । ୧୭ ତାରିଖ ବେଳକୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କାଳବୈଶାଖୀ ବର୍ଷା ଯୋଗୁଁ କିଛି ଦିନ ଧରି ପାରଦ ତଳମୁହାଁ ରହିଥିବା ବେଳେ ଏଣିକି ବଦଳିବ ପାଗ । ୧୫ ତାରିଖରୁ ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଟପିଯିବ ତାତି । ଏ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଉପାନ୍ତରୁ ଉପକୂଳ ଓଡ଼ିଶା ସବୁଠି ହୋଇପାରେ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ୪ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା ।

Leave A Reply

Your email address will not be published.