ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି

0

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ଆଜି ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଫୁଟିଥିଲା ଗୁଳି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି।

୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଚଳାଇଥିଲେ ବୋଲି ଜଣାପଡ଼ିଛି। ତା’ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ସେମାନେ କାହିଁକି ଗୁଳି ଫୁଟାଇଥିଲେ, ସଲମାନଙ୍କୁ ଡରାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ନା ଆଉ କିଛି କାରଣ ଥିଲା, ତାହା ଜଣାପଡ଼ିନାହିଁ। ମୁମ୍ବାଇ ପୁଲିସ ଘଟଣାର ତଦନ୍ତ କରୁଛି। ଏହା ସହିତ ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଜେଲ୍‌ରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଟାର୍ଗେଟରେ ଅଛନ୍ତି ସଲମାନ ଖାନ। ସେ ସଲମାନଙ୍କୁ ମାରିବାକୁ ଚାହୁଁଛି। ଏନେଇ ଅନେକ ଥର ତାଙ୍କୁ ଧମକ ମିଳି ସାରିଛି। ଗତ ବର୍ଷ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସୀ (NIA) କହିଥିଲା ଯେ ଯେଉଁ ୧୦ ଜଣଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟ ରଖିଛି, ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ସଲମାନ ଖାନ। ୧୯୯୮ର କୃଷ୍ଣସାର ମୃଗ ଶିକାର ଘଟଣା ପାଇଁ ଲରେନ୍ସ ବିଷ୍ଣୋଇ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛି। ତା’ ମତରେ ଏହି ଘଟଣା ବିଷ୍ଣୋଇ ସଂପ୍ରଦାୟକୁ ଅପମାନିତ କରିଛି।

Leave A Reply

Your email address will not be published.