ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ପୁଣି ବଢ଼ିଛି। ରବିବାର ସାଢ଼େ ୧୧ଟା ସୁଦ୍ଧା ୫ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୪ ଡିଗ୍ରୀ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ସେହିପରି ଚାନ୍ଦବାଲିରେ ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ବାଲେଶ୍ୱରରେ ୩୫.୮ ଡିଗ୍ରୀ, ରାଉରକେଲାରେ ୩୫.୪ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ କେନ୍ଦୁଝର ଓ ସମ୍ବଲପୁରର ତାପମାତ୍ରା ୩୪.୬ ଡିଗ୍ରୀ ଥିବା ବେଳେ ଗୋପାଳପୁରରେ ୩୪.୪ ଏବଂ ପୁରୀରେ ତାପମାତ୍ରା ୩୪.୩ ଡିଗ୍ରୀ ରହିଛି। ଏହି ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.