ନିର୍ବାଚନ ବଣ୍ଡକୁ ନେଇ ଏମିତି କହିଲେ ମୋଦି

0

ଭାରତକୁ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜ ଏଜେନ୍ସି ଏନଆଇଏକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ସରକାର ୨୦୪୭ ମିଶନରେ କାର୍ଯ୍ୟ କରୁଛି। ବର୍ଷ ୨୦୪୭ ଭାରତ ପାଇଁ ମାଇଲଷ୍ଟୋନ ହେବାକୁ ଯାଉଛି। ମୁଁ ସବୁ କରିଛି ବୋଲି କହୁନି, ବହୁତ କିଛି କରିବାକୁ ବାକି ଅଛି। ଦେଶକୁ ଶକ୍ତିଶାଳୀ କରିବା ହେଉଛି ମୋର ପ୍ରାଥମିକତା। ବିଗତ ଦୁଇ ବର୍ଷ ହେଲା ୨୦୪୭କୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି।

ଏଥିସହିତ ୨୦୨୪ ନିର୍ବାଚନକୁ ନେଇ ମତ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନରେ ସବୁ ମତଦାତା ଗୁରୁତ୍ୱପୂର୍ଣ୍ଣ। କିଛି ଲୋକ ଅଛନ୍ତି, ଯାହା ଇଛା କହି ପକାଉଛନ୍ତି। ଅନ୍ୟପଟେ, ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। କିଛି ଲୋକଙ୍କ ପାଇଁ ରାମ ମନ୍ଦିର ରାଜନୀତି ହତିଆର ଥିଲା। କିଛି ଲୋକ ରାମ ମନ୍ଦିର ରାସ୍ତାରେ କଣ୍ଟା ହେଇ ଛିଡ଼ା ହେଉଥିଲେ। ଭୋଟବ୍ୟାଙ୍କ ରାଜନୀତି ପାଇଁ ସେମାନେ ବାଧା ସୃଷ୍ଟି କରୁଥିଲେ। ଏମିତିକି ଅଦାଲତରେ ମଧ୍ୟ ରାମ ମନ୍ଦିର ଅଟକାଇବାକୁ ଚେଷ୍ଟା କରୁଥିଲେ। ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଥିଲେ ବି ଆସିନଥିଲେ। ଭାରତର ସ୍ବାଭିମାନ, ସାମର୍ଥ୍ୟ ପ୍ରତି ବହୁତ ବଡ଼ ପ୍ରେରଣା ହେଉଛି ରାମ ମନ୍ଦିର।

ଇଲେକ୍ଟୋରାଲ ବଣ୍ଡ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ବାଚନକୁ କଳାଧନ ମୁକ୍ତ କରିବାକୁ ଆମେ ଚେଷ୍ଟା କରୁଛୁ। କଳାଧନ ମୁକ୍ତ କରିବାକୁ ହଜାରେ, ୨ ହଜାର ନୋଟ ବନ୍ଦ କଲୁ। ଇଲେକ୍ଟୋରାଲ ବଣ୍ଡ ଏ ଦିଗରେ ଏକ ସଫଳ କାହାଣୀ। କିଏ ଦେଲା, କାହାକୁ ଦେଲା, ବଣ୍ଡ ଦ୍ବାରା ପୂରା ସ୍ପଷ୍ଟ ହୋଇଛି। ଇମାନଦାରୀ ସହ ଭାବିଲେ ବିରୋଧ କରୁଥିବା ଲୋକ ଅନୁତାପ କରିବେ।

Leave A Reply

Your email address will not be published.