ପୁଣି ବାବା ରାମଦେବଙ୍କୁ ଝଟକା

0

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ବି ପତଞ୍ଜଲି ମୁଖ୍ୟ ଯୋଗଗୁରୁ ରାମଦେବ ବାବା ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ କ୍ଷମା ମିଳିନାହିଁ। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଥିଲେ ମଧ୍ୟ ଅଦାଲତ ଏମାନଙ୍କ କ୍ଷମାକୁ ଗ୍ରହଣ କରିନାହାନ୍ତି। ସପ୍ତାହ ପରେ ଅର୍ଥାତ ଏପ୍ରିଲ ୨୩ ତାରିଖରେ ପୁଣି ଥରେ ହାଜର ହେବାକୁ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଅଦାଲତ ଅବମାନନା ମାମଲରେ ବାବା ରାମଦେବଙ୍କ କ୍ଷମା ପ୍ରାର୍ଥନା ଉପରେ ଆଜି ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ବାବା ରାମେଦବ ଓ ଆଚର୍ଯ୍ୟ ବାଳକୃଷ୍ଣ କୋର୍ଟରେ ହାଜର ହୋଇଥିଲେ। ଉଭୟ ବ୍ୟକ୍ତିଗତ ରୂପେ କୋର୍ଟରେ କ୍ଷମା ମାଗିଥିଲେ। କିନ୍ତୁ ଆଜି ବି କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି। ପତଞ୍ଜଳିର କ୍ଷମାକୁ ବର୍ତ୍ତମାନ ସ୍ୱୀକାର କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ବେଳେ ରାମଦେବ ଓ ବାଳକୃଷ୍ଣ କୋର୍ଟଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ଚାହୁଁଛୁ। ଏଥିପାଇଁ ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ସେମାନେ କୋର୍ଟକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ଆଗକୁ ଏଭଳି ଭୁଲ ଆଉ ହେବ ନାହିଁ। କୋଟି କୋଟି ଲୋକ ମୋ ସହ ଜଡିତ ଅଛନ୍ତି। ଏଥିପ୍ରତି ଆମେ ସଚେତନ ରହିବୁ ବୋଲି କୋର୍ଟଙ୍କୁ ରାମଦେବ କହିଥିଲେ।

Leave A Reply

Your email address will not be published.