ବିଚ୍ ରାସ୍ତାରେ ଏଏସ୍ଆ ଗୁଳି କରି ହତ୍ୟା
ରାଜଧାନୀରେ ଫୁଟିଲା ଗୁଳି। ବିଚ୍ ରାସ୍ତାରେ ଏଏସ୍ଆଙ୍କ ଉପରକୁ ହେଲା ଘନ ଘନ ଗୁଳିମାଡ। ଘଟଣାସ୍ଥଳରେ ହିଁ ଟଳି ପଡିଲେ ପୁଲିସ ଏଏସ୍ଆଇ। ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ମଙ୍ଗଳବାର ଦିନ ପ୍ରାୟ ୧୧ଟା ୪୫। ଦିଲ୍ଲୀର ମିତ୍ ନଗର ସ୍ଥିତ ଓଭରବ୍ରିଜ୍ରେ ହଠାତ୍ ହୋଇଥିଲା ଗୁଳିମାଡ। ବ୍ୟସ୍ତ ବହୁଳ ରାସ୍ତା ଉପରେ ଦିଲ୍ଲୀ ପୁଲିସରେ କାର୍ଯ୍ୟରତ ଥିବା ଏଏସ୍ଆଇ ଦିନେଶ ଶର୍ମା ବାଇକ୍ରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅଭିଯୁକ୍ତ ଜଣକ ସ୍କୁଟିରେ ଆସୁଥିବା ୩୦ ବର୍ଷୀୟ ଆମିତ କୁମାର ନାମକ ଜଣେ ଯୁବକଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। ଏଥିରେ ସେ ଗୁରୁତର ଥିବା ସୂଚନା ମିଳଛି।