ଟିକେଟ୍‌ ନ ମିଳିବାରୁ କାନ୍ଦିଲେ ସମୀର ଦାସ

0

ଭୁବନେଶ୍ୱର(ଆମ ଟିଭି): ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ଟିକେଟ୍‌ କଟିଛି। ସମୀର ଦାସଙ୍କ ସ୍ଥାନରେ ଦିଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।

ସମୀର ଦାଶଙ୍କ ଟିକେଟ କଟିବା ପରେ ଗୁରୁବାର ତାଙ୍କ ସମର୍ଥକ ଏକାଠି ହୋଇଛନ୍ତି। ଏହି ସମୟରେ ସମର୍ଥକଙ୍କ ମେଳରେ ସେ ଭାବବିହ୍ବଳ ହୋଇ କାନ୍ଦି ପକାଇଛନ୍ତି। ନିଷ୍ପତ୍ତିର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି। ସମର୍ଥକଙ୍କ ସହ ନିଜେ ଯୋଗ ଦେଇ, ସୁପ୍ରିମୋଙ୍କୁ ନିଷ୍ପତ୍ତି ଉଫରେ ପୁର୍ନବିଚାର ପାଇଁ କହିଛନ୍ତି। ଶନିବାର ସମୀରଙ୍କ ୩୦ ହଜାର ସମର୍ଥକ ଏକାଠି ହୋଇ ଦାବି କରିଛନ୍ତି। ଏନେଇ ଗୋପ ବ୍ଲକ ଅଧ୍ୟକ୍ଷା ଓ ଜିଲା ପରିଷଦ ସଭ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.