ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଲା ବିଜେଡି ଟିକେଟ

0

ଭୁବନେଶ୍ୱର : ୬ଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ଟିକେଟ୍‌ ଦେଇଛି। ସେହିପରି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ୱର ବେହେରାଙ୍କୁ ଦଳ ଭରସା କରିଛି।

ବର୍ଷାଙ୍କୁ ବିଜେଡି ବଡଚଣାରୁ ଟିକେଟ୍‌ ଦେଇଛି। ଦଳରେ ଯୋଗଦେବା ପରେ ତାଙ୍କୁ ଟିକେଟ୍‌ ମିଳିବା ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ତେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବଡଚଣାରୁ ଟିକେଟ୍‌ ଦେଇଛନ୍ତି। ସେହିପରି ଗଣେଶ୍ୱରଙ୍କୁ କେନ୍ଦ୍ରାପଡାରୁ ଟିକେଟ୍‌ ମିଳିଛି। ଚିଲିକାରୁ ରଘୁନାଥ ସାହୁ, ଚମ୍ପୁଆରୁ ସନାତନ ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ସୁଭାଷିନୀ ସାହୁଙ୍କୁ ଦଳ ଟିକେଟ ଦେଇଛି। ଏହି କ୍ରମରେ ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଛି।

Leave A Reply

Your email address will not be published.