ମାଲଦୀପରେ ମୁଇଜୁଙ୍କ ପ୍ରଚଣ୍ଡ ବିଜୟ

0

ନୂଆଦିଲ୍ଲୀ (ଆମ ଟିଭି );  ମାଲଦୀପ୍ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପୁଣିଥରେ ମାଲଦୀପ ଭୋଟର କ୍ଷମତାସୀନ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ଉପରେ ଭରସା କରିଛନ୍ତି । ପାର୍ଟି ସଂସଦରେ ଏକାକୀ ବହୁମତ ହାସଲ କରିଛି । ୯୩ ସଦସ୍ୟ ବିଶିଷ୍ଟ ମାଲଦୀପ ସଂସଦରେ ପିପୁଲ୍ସ ନ୍ୟାସନାଲ ପାର୍ଟିର ୬୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।

ଚୀନ ସହ ଆର୍ଥିକ ସଂପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଥିଲା । ପିପୁଲ୍ସ ନ୍ୟାସନାଲ କଂଗ୍ରେସ ଓ ତାର ସହଯୋଗୀଦଳମାନଙ୍କ ପାଖରେ ଗତ ସଂସଦରେ ମାତ୍ର ୮ ଜଣ ସଦସ୍ୟ ଥିଲେ । ହେଲେ ବହୁମତ ନଥିବା କାରଣରୁ ଗତ ରାଷ୍ଟ୍ରପତି ନିର୍ବାଚନରେ ମୁଇଜୁ ଜିତିଥିଲେ ବି ସଂସଦରେ ବିଲ୍ ପାରିତ କରିବା ସହଜ ହେଉ ନଥିଲା ।

Leave A Reply

Your email address will not be published.