ବଢ଼ିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା: ଜାଣନ୍ତୁ କେମିତି କରିପାରିବେ ଅପଡେଟ୍‌

0

ଭୁବନେଶ୍ୱର(ଆମ ଟିଭି); ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଉଥିବା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଏନେଇ ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ ପାଇଁ ୟୁଆଇଡିଏଆଇ ସୁବିଧା ପ୍ରଦାନ କରୁଛି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଜୁନ ୧୪ ସୁଦ୍ଧା ଅନଲାଇନ୍‌ରେ ଅପଡେଟ କଲେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ମାତ୍ର ଆଧାର କେନ୍ଦ୍ର ଯାଇ ସୂଚନା ଅପଡେଟ୍‌ କଲେ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ।

ସୂଚନାଥାଉକି, ନାଗରିକମାନଙ୍କୁ ଆଧାର ଅପଡେଟ କରିବାକୁ ଉତ୍ସାହିତ କରିବା ପାଇଁ ୟୁଆଇଡିଏଆଇ ୨୦୨୩ ଡିସେମ୍ବର ସମୟସମୀମା ଧାର୍ଯ୍ୟ କରିଥିଲା। ଏହା ସତ୍ତ୍ୱେ ଅନେକ ଲୋକ ସୂଚନା ଅପଡେଟ୍‌ କରିନଥିବାରୁ ଏହି ସମୟ ସୀମା ମାର୍ଚ୍ଚ ୧୪କୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଏହାକୁ ଜୁନ୍‌ ୨୪କୁ ବୃଦ୍ଧି କରାଯାଇଛି। ଆଧାରରେ ଡେମୋଗ୍ରାଫିକ୍‌ ସମ୍ବନ୍ଧୀୟ ବିବରଣୀ ଅପଡେଟ କରିବାକୁ ୫୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ। ମାତ୍ର ଜୁନ ୧୪ ପର୍ଯ୍ୟନ୍ତ ମାଗଣାରେ ଅପଡେଟ୍‌ କରିପାରିବେ।

Leave A Reply

Your email address will not be published.