ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ

0

ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ସମ୍ବଲପୁରରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ୍‌ ଦିଆଯାଇ ନ ଥିଲା। ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ଟିକେଟ୍‌ ଦିଆଯାଇଥିଲା। ଏଥିରେ ସେ ଅସନ୍ତୁଷ୍ଟ ଥିଲେ।

Leave A Reply

Your email address will not be published.