ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

0

ନୂଆଦିଲ୍ଲୀ (ଆମ ଟିଭି): ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଅନେକ ସମୟରେ ଛୋଟ ପିଲା ସେମାନଙ୍କ ଅଭିଭାବକଙ୍କ ପାଖ ସିଟ୍‌ରେ ବସୁ ନ ଥିବା ନଜରକୁ ଆସିବା ପରେ ଡିଜିସିଏ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି ହୋଇଛି।

ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ପିଲା ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ମଧ୍ୟରୁ ଜଣକ ସହ ସମାନ ପିଏନ୍‌ଆର୍‌ (ପାସେଞ୍ଜର ନେମ୍‌ ରେକର୍ଡ)ରେ ଯାତ୍ରା କରୁଥିବେ, ସେମାନଙ୍କୁ ସିଟ୍‌ ମଞ୍ଜୁର କରାଯିବ ଏବଂ ଏହାର ରେକର୍ଡ ରଖାଯିବ ବୋଲି ଡିଜିସିଏ ପ୍ରେସ୍‌ ନୋଟ୍‌ରେ କୁହାଯାଇଛି। ସଂଶୋଧିତ ଏୟାର ଟ୍ରାନ୍ସପୋର୍ଟ ସର୍କୁଲାର ଅନୁଯାୟୀ ବିନା ବ୍ୟାଗେଜ୍‌, ପସନ୍ଦ ଅନୁଯାୟୀ ସିଟ୍‌ ବ୍ୟବସ୍ଥା, ଖାଦ୍ୟ/ସ୍ନାକ୍ସ/ପାନୀୟ ଦେୟ ଓ ମ୍ୟୁଜିକାଲ ଉପକରଣ ପରିବହନ ଆଦି ସେବା ଦେୟକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.