ଭୁବନେଶ୍ୱର(ଆମ ଟିଭି): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ ଅପରେଶନରେ ୨ ମାଓବାଦୀ ନିହତ ହୋଇଛନ୍ତି। ଏହି ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ଜଣାପଡିଛି।
ଆଜି ସକାଳ ପ୍ରାୟ ୬ରୁ ୭ଟା ମଧ୍ୟରେ ଏସଓଜି ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଗୁଳିବିନିମୟରେ ୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଏବେ ବି ସେଠାରେ ସର୍ଚ୍ଚ ଅପରେଶନ ଚାଲିଛି।