ଜେଡିଏସ୍‌ରୁ ନିଲମ୍ବିତ ହେଲେ ପ୍ରଜ୍ଜ୍ୱଳ ରେଭାନ୍ନ

0

ଜନତା ଦଳ (ସେକ୍ୟୁଲାର) ତଥା ଜେଡିଏସ୍‌ରୁ ନିଲମ୍ବିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନ। ତାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହସନ ସାଂସଦ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ରହିଛି। ବର୍ତ୍ତମାନ ସେ ଦେଶ ବାହାରେ ଅଛନ୍ତି।

କଣ୍ଣାଟକର ହୁବଳିରେ ଆଜି ଜେଡିଏସ୍‌ର ଏକ କୋର୍ କମିଟି ବୈଠକ ବସିଥିଲା। ଏଥିରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେପଟେ ଅଶ୍ଳୀଳ ଭିଡିଓ ମାମଲାରେ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। କର୍ଣ୍ଣାଟକର ହସନ ସାଂସଦ ତଥା ଏନ୍‌ଡିଏର ପ୍ରାର୍ଥୀ ପ୍ରଜ୍ଜଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ଲୋକେ ଦାବି କରୁଛନ୍ତି। ଏନେଇ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.