ପୋଲିସ ଏନକାଉଣ୍ଟରରେ ଟଳିଲେ ୭ ନକ୍ସଲ
ନୂଆଦିଲ୍ଲୀ: ଛତିଶଗଡର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଚାଲିଥିବା ଏନକାଉଣ୍ଟରରେ ଦୁଇଜଣ ମହିଳା ସଦସ୍ୟଙ୍କ ସମେତ ଅତି କମରେ୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଏନକାଉଣ୍ଟର ସ୍ଥାନରୁ ଗୋଟିଏ ଏକେ-୪୭ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।
ମାଓବାଦୀଙ୍କ ସହି ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍ଜି) ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ମିଳିତ ଏନକାଉଣ୍ଟର ଆଜି ପ୍ରାୟ ସକାଳ ୬ଟା ସମୟରେ ଏକ ଜଙ୍ଗଲରେ ଆରମ୍ଭ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ସୁରକ୍ଷା କର୍ମୀମାନେ ସୋମବାର ନାରାୟଣପୁର ଏବଂ କାନକର ସୀମା ଅଞ୍ଚଳର ଆବୁଜମାରରେ ଅପରେସନ୍ ପାଇଁ ଯାଇଥିଲେ।