ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା

0

ଭୁବନେଶ୍ୱର (ଆମ ଟିଭି): ଢେଙ୍କାନାଳରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା । ଆଜି ସକାଳୁ ଏକ ଧଳା ରଙ୍ଗର ହେଲିକପ୍ଟର ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଅବତରଣ କରିଛି । ଏହି ଚପରଟି କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ସୂଚନା ନାହିଁ ।

ଏ ସଂକ୍ରାନ୍ତରେ ହେଲିକପ୍ଟରରେ ଥିବା ପାଇଲଟଙ୍କୁ ପଚାରିବାରୁ ମୁହଁ ସେ ଖୋଲୁନାହାନ୍ତି । ଆଗକୁ ନିର୍ବାଚନ ଥିବାରୁ ଭିଆଇପି ଷ୍ଟାର ପ୍ରଚାରକ ଆସିବା ପାଇଁ ଏୟାର ଟ୍ରାଫିକ ସୁରକ୍ଷା ସହିତ ରାସ୍ତାଘାଟର ସୁରକ୍ଷା ଯାଞ୍ଚ ପାଇଁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.