ବିଜେଡି ଛାଡ଼ିଲେ ରବିନାରାୟଣ ମହାପାତ୍ର

0

ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଜେଡିର ରାଜ୍ୟ ସଭା ସଦସ୍ୟ ଭାବେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ରବି ନାରାୟଣ ଟିକେଟ୍‌ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ଟିକେଟ୍‌ ଦେଇ ନ ଥିବାରୁ ଏଥିରେ ସେ ବିମୁଖ ହୋଇ ଦଳ ଛାଡ଼ିଥିବା କୁହାଯାଉଛି।

୪ ଜୁଲାଇ ୧୯୫୭ରେ ନୟାଗଡ଼ରେ ଜନ୍ମିତ ରବିନାରାୟଣ ଜଣେ ଟାଣୁଆ ରାଜନେତା। ସେ ପ୍ରଥମେ ଜନତା ଦଳରେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ସେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳରୁ ବିଜୟ ଲାଭ କରି ବିଧାୟକ ହୋଇଥିଲେ। ସେ ୨୦୧୯ ପର୍ଯ୍ୟନ୍ତ ରଣପୁର ବିଧାୟକ ଥିଲେ।

Leave A Reply

Your email address will not be published.