ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା

0

ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କ ମଧ୍ୟରେ ତାଙ୍କ ଜେଜେବାପା ଜବାହରଲାଲ ନେହେରୁଙ୍କ ପରି ସମାଜବାଦୀ ଭାବନା ରହିଛି। ବିଭାଜନର ୭୫ ବର୍ଷ ପରେ ବି ଭାରତ ପାକିସ୍ତାନ ଏକ।

ଫୱାଦ ହୁସେନ ଆହୁରି ଲେଖିଛନ୍ତି, ରାହୁଲ ସାହେବ ତାଙ୍କର ଶେଷ ଭାଷଣରେ କହିଛନ୍ତି ଯେ ଭାରତର ୩୦ରୁ ୫୦ ପରିବାର ୭୦ ପ୍ରତିଶତ ଭାଗର ମାଲିକ ଅଟନ୍ତି। ଏହି ସମ୍ପତ୍ତି ପାକିସ୍ତାନରେ ଅଛି, ଯେଉଁଠାରେ କେବଳ ପାକ ବିଜନେସ କାଉନସିଲ ନାମକ ଏକ ବିଜନେସ କ୍ଲବ ଏବଂ କିଛି ରିଏଲ ଇଷ୍ଟେଟ ସେଠଙ୍କ ପାଖରେ ପାକିସ୍ତାନ ଧନର ୭୫% ଭାଗ ମାଲିକ ଅଟନ୍ତି … ସମ୍ପଦର ଉଚିତ ବଣ୍ଟନ ହେଉଛି ପୁଞ୍ଜିବାଦର ସବୁଠାରୁ ବଡ ଆହ୍ବାନ।

Leave A Reply

Your email address will not be published.