୧୪ରେ ନାମାଙ୍କନ ଭରିବେ ମୋଦି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଣାସୀରୁ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବାରଣାସୀରେ ମେ’ ୭ରୁ ମେ’ ୧୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ମାସର ଦ୍ୱିତୀୟ ସପ୍ତାହରେ ବାରଣାସୀରେ ପହଞ୍ଚିବେ ଏବଂ ସମ୍ଭାବ୍ୟ ତାରିଖ ଅନୁଯାୟୀ ସେ ୧୨ରୁ ୧୪ ମେ’ ମଧ୍ୟରେ ଧାର୍ଯ୍ୟ ଦିନରେ ନାମାଙ୍କନ ଦାଖଲ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ମେଗା ରୋଡ ଶୋ ପାଇଁ ଭାଜପା ମଧ୍ୟ ପ୍ରସ୍ତୁତି ଚଳାଇଛି।

ଦଳର ନେତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ମେ ମାସର ଦ୍ୱିତୀୟ ସପ୍ତାହରେ ବାରାଣାସୀରେ ପହଞ୍ଚିବେ। ସମ୍ଭାବ୍ୟ ତାରିଖ ଅନୁଯାୟୀ, ମେ ୧୩ ରେ ବାରଣାସୀରେ ପହଞ୍ଚି ଏକ ଲମ୍ବା ରୋଡ ସୋ କରିବେ, ଯାହା ପ୍ରାୟ ୯ରୁ ୧୦ କିଲୋମିଟର ହେବ।

Leave A Reply

Your email address will not be published.