କଂଗ୍ରେସରେ ମିଶିବେ ଦେବାଶିଷ !

0

ହାତ’ ଧରିବେ ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପି ଟିକେଟ୍ ନଦେବାରୁ ଏବେ କଂଗ୍ରେସରେ ଯୋଗ ଦେବେ ଦେବାଶିଷ ନାୟକ । ଟିକେଟ୍ ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ଦେବାଶିଷ କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବିଜେପି ନିରାଶ କରିଥିଲା ଯେଉଁଥି ପାଇଁ ଦେବାଶିଷ ବରୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ କିନ୍ତୁ ଏବେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ।

ତେବେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ । ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା, ସେଥିପାଇଁ ୨୪ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଆଜି କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହେବେ ଦେବାଶିଷ ନାୟକ ।

Leave A Reply

Your email address will not be published.