୮ ରେ ରାୟଗଡ଼ା ଆସୁଛନ୍ତି ରାଜନାଥ

0

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ ଜିଲାର ୩ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପୂର୍ବକ ବିଶାଳ ଜନସମାବେଶରେ ମନ୍ତ୍ରୀ ସିଂ ଉଦ୍‌ବୋଧନ ଦେବେ। ସେ ବୁଧବାର ନୂଆଦିଲ୍ଲୀଠାରୁ ରାୟପୁର ଦେଇ କଳାହାଣ୍ଡି ଜିଲାର ଭବାନୀପାଟଣାଠାରେ ଜନସମାବେଶରେ ଯୋଗଦେବା ପରେ ଅପରାହ୍ନ ୩ଟା ୪୦ରେ ରାୟଗଡ଼ା ବାଇପାସ୍‌ ରାସ୍ତାସ୍ଥିତ ବାରିଝୋଲା ପଡ଼ିଆଠାରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ କୋରାପୁଟ ଲୋକ ସଭା ପ୍ରାର୍ଥୀ କାଳିରାମ ମାଝି ଏବଂ ବିଷମକଟକ, ରାୟଗଡ଼ା ଓ ଗୁଣପୁର ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ରାୟଗଡ଼ା ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.