ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ 

0

ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି। ଛୁଟିର କାରଣ ଅସୁସ୍ଥ ବୋଲି କୁହାଯାଇଛି। ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ୭୮ ବିମାନକୁ ବାତିଲ କରାଯାଇଛି। ଶେଷ ମୁହୂର୍ତ୍ତରେ ଅସୁସ୍ଥ ଖବର ଦେବା ପରେ ପ୍ରାୟ ୩୦୦ ବରିଷ୍ଠ କ୍ୟାବିନ କ୍ରୁ ସଦସ୍ୟ ମୋବାଇଲ ଫୋନ ବନ୍ଦ କରିଦେଇଛନ୍ତି।

ସୂଚନାନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ମ୍ୟାନେଜମେଣ୍ଟ ବର୍ତ୍ତମାନ ଟାଟା ଗ୍ରୁପ ମାଲିକାନା ଏୟାରଲାଇନ୍ସରେ ନୂତନ ନିଯୁକ୍ତି ସର୍ତ୍ତକୁ ବିରୋଧ କରୁଥିବା କର୍ମଚାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି, ଗତ ରାତିରୁ ଆମର କ୍ୟାବିନ କ୍ରୁଙ୍କର ଅନେକ ସଦସ୍ୟ ଅସୁସ୍ଥ ହୋଇପଡିଛନ୍ତି ଏବଂ ଏହି କାରଣରୁ ଅନେକ ବିମାନ ବାତିଲ ହୋଇଛି କିମ୍ବା ବିଳମ୍ବ ହୋଇଛି। ଏହି ଘଟଣା ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ଜାଣିଛୁ। ଏହାର କାରଣ ବୁଝିବାକୁ, ଆମର ଦଳ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଆମର ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ।

Leave A Reply

Your email address will not be published.