ଆଜି ଆସୁଛନ୍ତି ନୀତିନ ଗଡକରୀ

0

ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ ବଦଳିବାରେ ଲାଗିଛି। କ୍ୟାମ୍ପେନ ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଭାଜପାର ଦୁଇ ହେଭିୱେଟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

ଗଡ଼କରୀ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ କୃଷ୍ଣପ୍ରସାଦ ଓ ପିପିଲିରେ ଜନସଭାକୁ ସମ୍ବୋଧନ କରିବାକୁ ଯିବେ। ସେହିପରି ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ। ସୂଚନାଥାଉ କି, ଶୁକ୍ରବାର ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave A Reply

Your email address will not be published.