ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଣ୍ଡିଆନଙ୍କ ଖୋଲା ଚାଲେଞ୍ଜ: ଯଦି ବିଜେଡି ସରକାରକୁ ନ ଆସିଲା….

0

ଭୁବନେଶ୍ଵର (ଆମ ଟିଭି); ଆଜି ବ୍ରଜରାଜନଗରରେ ପ୍ରଚାର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ । ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଛନ୍ତି, ମୁଁ ଆଜି ଏ ବ୍ରଜରାଜନଗର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ଆପଣଙ୍କର ଯଦି ସାହାସ ଅଛି ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ଦେଖିବା ଆପଣ କେତେ ସିଟ୍ ପାଉଛନ୍ତି । ଆପଣଙ୍କ ନିଜ ଦଳ ଆପଣଙ୍କ ଉପରେ ବିଶ୍ୱାସ କରୁନାହିଁ । ଲୋକମାନେ କେମିତି ଆପଣଙ୍କୁ ବିଶ୍ୱାସ କରିବେ । ମୋର ଚ୍ୟାଲେଞ୍ଜ ଆପଣଙ୍କୁ ଆମ ମୁଖ୍ୟମନ୍ତ୍ରୀ ଜୁନ ୯ରେ ୧୧.୩୦ରୁ ୧ ଭିତରେ ଶପଥ ଗ୍ରହଣ କରିବେ ଆଉ ପୁଣି ମୁଖ୍ୟମନ୍ତ୍ରୀ ହେବେ ।

ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଇପାରିଲେ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି । ଆପଣ ବି କୁହନ୍ତୁ ଆପଣଙ୍କ ସରକାର ଆସିବ ନହେଲେ ଆପଣ ସନ୍ୟାସ ନେବେ । ଆଜି ଫଇସଲା କରିବା । ଗୋଟେ ଏନଏଚ ଠିକ କରିପାରିଲେନି, ଗୋଟେ ପଞ୍ଚାୟତ ଜିତି ପାରିଲେନି, ୱାର୍ଡ ମେମ୍ବର ବି ଜିତି ପାରିଲେନି । ଡରିକି ଢେଙ୍କାନାଳରୁ ସମ୍ବଲପୁର ଆସିଗଲେ । ଆପଣଙ୍କର ସାହାସ କେମିତି ହେଲା ମୁଖ୍ୟମନ୍ତ୍ରୀଙ୍କୁ ଆଶାଳୀନ ଭାଷାରେ କଥା କହିବାକୁ ।

Leave A Reply

Your email address will not be published.