ଅନୁଗୁଳ ଗସ୍ତରେ ଆସିବେ ମୋଦି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା ପରେ ଜିଲା ଭାଜପା ଶିବିରରେ ଭରପୂର ଉତ୍ସାହ ଦେଖାଦେଇଛି। ଏହି ସଭାରେ ଅନୁଗୋଳ ଭାଜପା ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ଜିଲାର ବାକି ୪ ନିର୍ବାଚନମଣ୍ଡଳୀର ଦଳୀୟ ପ୍ରାର୍ଥୀ ଉପସ୍ଥିତ ରହିବେ। ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ ସମ୍ବଲପୁର ଭାଜପା ଏମ୍‌ପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଞ୍ଚରେ ରହିବେ। ଅନୁଗୋଳରେ ଏହି କାର୍ଯ୍ୟକ୍ରମ ପାଇଁ ଭାଜପା ପକ୍ଷରୁ ଉପଯୁକ୍ତ ଜାଗା ଖୋଜା ଯାଉଥିବା ବେଳେ ପଞ୍ଚମହଲା ଠାରେ ଥିବା ଏକ ଖୋଲା ସ୍ଥାନରେ ସାଧାରଣ ସଭା କାର୍ଯ୍ୟ ପାଇଁ ପ୍ରାଥମିକସ୍ତରରେ ଯୋଜନା କରାଯାଉଥିବା କୁହାଯାଉଛି। ଅନୁଗୋଳ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରିବା ସମ୍ଭବ ହେଉନାହିଁ। ତେଣୁ ଅନୁଗୋଳ ସହର ଉପକଣ୍ଠରେ ଥିବା ସ୍ଥାନକୁ ଭାଜପା ପକ୍ଷରୁ ଚୂଡ଼ାନ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀଙ୍କ ସଭା କାର୍ଯ୍ୟକ୍ରମ ହେବ ବୋଲି ପ୍ରାୟତଃ ସ୍ଥିର ହୋଇଥିବା ଅନୁଗୋଳ ବିଧାନସଭା ଭାଜପା ପ୍ରାର୍ଥୀ ପ୍ରଧାନ କହିଛନ୍ତି। ତେବେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ ଖୁବ୍‌ଶୀଘ୍ର ଅବଗତ କରାଯିବ ବୋଲି ପ୍ରଧାନ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.