ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

0

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ଘୋଷଣା କରିଛି। ବୋର୍ଡ ଏକାସାଙ୍ଗରେ ଉଭୟ ଶ୍ରେଣୀ ପାଇଁ ଫଳାଫଳ ଘୋଷଣା କରିଛି। ଛାତ୍ରୀଛାତ୍ରମାନେ ସେମାନଙ୍କର ରେଜଲ୍ଟ ସିବିଏସସି ଅଫିସିଆଲ ୱେବସାଇଟ୍ ମାଧ୍ୟମରେ cbse.gov.in ରେ ଯାଇ ଦେଖିପାରିବେ।

ଏହାବ୍ୟତୀତ cbse.nic.in, cbseresults.nic.in, ଏବଂ results.cbse.nic.in ରେ ଫଳାଫଳ ଯାଞ୍ଚ କରାଯାଇପାରିବ। ସେହିଭଳି, ଛାତ୍ରମାନେ ଶୀଘ୍ର digilocker.gov.in ଏବଂ results.gov.in ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଅନଲାଇନ ଫଳାଫଳ ପାଇବାକୁ, ଛାତ୍ରମାନେ ସେମାନଙ୍କର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ ଆଡମିଟ୍ କାର୍ଡ ଆଇଡି ଆବଶ୍ୟକ। ସିବିଏସଇ ଉଭୟ ଶ୍ରେଣୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଟପ୍ପରଙ୍କ ନାମ ପ୍ରକାଶ କକରି ନାହିଁ।

Leave A Reply

Your email address will not be published.