ତାତିରୁ ମିଳିବ ଆଶ୍ୱସ୍ତି, ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୪ ଅବପାତ!

0

ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେବାର ସମ୍ଭାବନା ରହିଛି।

Leave A Reply

Your email address will not be published.