ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

0

ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି, ସେମାନେ ନିଶ୍ଚିତ ଭାବରେ ଭୋଟ ଦେବେ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଦି ଲେଖିଛନ୍ତି, ମୁଁ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ଭୋଟ ଦେବାକୁ ଏବଂ ଏକ ନୂତନ ଭୋଟ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରୁଛି। ଗଣତନ୍ତ୍ରର ଏହି ପର୍ବରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ମହିଳା ଏବଂ ଯୁବ ଭୋଟରଙ୍କୁ ମୋର ଏକ ବିଶେଷ ନିବେଦନ।

ପଞ୍ଚମ ପର୍ଯ୍ୟାୟରେ ବିହାରର ୫ଟି ସିଟ, ଜମ୍ମୁ କଶ୍ମୀରର ଗୋଟିଏ, ଝାଡଖଣ୍ଡର ୩ଟି, ଲଦାଖର ଗୋଟିଏ, ମହାରାଷ୍ଟ୍ରର ୧୩ଟି ସିଟ, ଓଡିଶାର ୫ଟି, ଉତ୍ତରପ୍ରଦେଶର ୧୪ଟି ଏବଂ ପଶ୍ଚିମବଙ୍ଗର ୭ଟି ସିଟ ଅନ୍ତର୍ଭୁକ୍ତ ଅଛି।

Leave A Reply

Your email address will not be published.