୨୩ରୁ ୨୫ ଯାଏଁ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା

0

ଭୁବନେଶ୍ୱର (ଆମ ଟିଭି): ୨୩ ତାରିଖ ସକାଳୁ ଅଶାନ୍ତ ହୋଇଉଠିବ ସମୁଦ୍ର । ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏପଟେ ୨୩ରୁ ୨୫ ଯାଏଁ ଉତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ୭୦ କିଲୋମିଟର ବେଗରେ ଝଟକା ଦେଇପାରେ ପବନ । ୨୨ରେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ୨୪ତାରିଖରେ ଏହା ନେଇପାରେ ଅବପାତର ରୂପ । ତେବେ ବାତ୍ୟା ହେବ କି ନାହିଁ କିଛି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।

ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବଙ୍ଗୋପସାଗରରେ ଦାନା ବନ୍ଧୁଛି ଲଘୁଚାପ । ଏ ହେଉଛି ସାଟେଲାଇଟ୍ ଦ୍ୱାରା ଉଠା ଯାଇଥିବା ଚିତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଘେରି ରହିଛି ବାଦଲ । ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ବାତାବରଣ ଅନୁକୂଳ ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନିଭୂତ ହୋଇ ନେଇପାରେ ଅବପାତ ରୂପ । ବାତ୍ୟା ହେବ କି ନାହିଁ, ଯଦି ହେବ ତୀବ୍ରତା କେତେ ରହିବ, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ । କିନ୍ତୁ କିଛି ଅନ୍ତର୍ଜାତୀୟ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.