କାରଣ ଦର୍ଶାଅ ନୋଟିସର ଉତ୍ତର ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

0

ଭୋଟ୍ ନଦେବା ସହ ପ୍ରଚାରରେ ସାମିଲ ନହେବାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କୁ ନୋଟିସ୍ ପଠାଇଛି ଦଳ। ଦଳରୁ କାରଣଦର୍ଶାଅ ନୋଟିସ୍ ଯିବା ପରେ ଉତ୍ତର ରଖି ଜୟନ୍ତ ସିହ୍ନା କହିଛନ୍ତି, ମୁଁ ଭୋଟ୍ ଦେଇଛି, କିନ୍ତୁ ବାଲାଟ ପେପର ମାଧ୍ୟମରେ।

ସୂଚନା ଅନୁସାରେ, ବିଜେପିର ଝାଡଖଣ୍ଡ ସାଧାରଣ ସମ୍ପାଦକ ଆଦିତ୍ୟ ସାହୁ ବୁଧବାର ଜୟନ୍ତ ସିହ୍ନାଙ୍କୁ ଚିଠି ଲେଖି କାହିଁକି ଭୋଟ୍ ଦେବାକୁ ଆସିନଥିଲେ ବୋଲି ପଚାରିଥିଲେ। ଏଥିସହ ସାହୁ କହିଥିଲେ, ହଜାରୀବାଗ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା ହେବା ପରଠାରୁ ଆପଣ ସାଂଗଠନିକ କାର୍ଯ୍ୟ ତଥା ନିର୍ବାଚନ ପ୍ରଚାରରେ ସାମିଲ ହେଉନାହାନ୍ତି, ଏହାର କାରଣ କଣ।

Leave A Reply

Your email address will not be published.