ଭୁବନେଶ୍ୱର (ଆମ ଟିଭି): ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଝିଅଙ୍କ ରେଜଲ୍ଟ ଭଲ ହୋଇଛି । ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ହୋଇଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ତେବେ ଏଥର କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ । ରାଜ୍ୟର ୨୬୪୪ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ୨୦୨୩ରେ ପାସ୍ ହାର ୯୬.୦୪ ଥିବାବେଳେ ଚଳିତ ବର୍ଷ ଏହାର ୯୬ . ୦୭ ହୋଇଛି । କହିବାକୁ ଗଲେ ଏଥର ରାଜ୍ୟରେ ମାଟ୍ରିକ ରେଜଲ୍ଟ ଭଲ ହୋଇଛି । www.bseodisha.ac.inରେ ମିଳିବ ରେଜଲ୍ଟ । ଇଣ୍ଟରନେଟ୍ ସୁବିଧା ନଥିଲେ ଏସଏମଏସ୍ କରି ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ହ୍ୱାଟ୍ସଆପରେ R10<RollNo> ଲେଖି 5676750ରେ ମେସେଜ୍ କଲେ ପାଇପାରିବେ ରେଜଲ୍ଟ । ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ୍ । ଏଥିପାଇଁ BSE/Hi ଲେଖି 7710058192 ହ୍ୱାଟ୍ସଆପ କରିପାରିବେ ।