କେଜରିଓ୍ବାଲଙ୍କ ଗିରଫବେଳେ କାହିଁକି ନିଖୋଜ ଥିଲେ ସ୍ବାତୀ ମାଲିଓ୍ବାଲ, ଦେଲେ ବଡ଼ ବୟାନ

0

ନୂଆଦିଲ୍ଲୀ (ଆମ ଟିଭି): ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ନିକଟରେ ବିବାଦ ଘେରରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫବେଳେ ସେ କାହିଁକି ଅନୁପସ୍ଥିତ ଥିଲେ ଏନେଇ ସେ ମୁହଁ ଖୋଲିଛନ୍ତି। ସାକ୍ଷାତକାର ଦେଇ ସେ କହିଛନ୍ତି, ହାଓ୍ବାର୍ଡ ସମ୍ମିଳନୀରେ ଭାଗ ନେବାକୁ ମାର୍ଚ୍ଚରେ ସେ ଆମେରିକାରେ ଥିଲେ। ଏଥିସହ ଏଏପି ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ବିଦେଶରେ ରହି ଯୋଗ ଦେଉଥିଲେ। ଏହି ସମୟରେ ଆମେରିକାରେ ଥିବା ତାଙ୍କ ଭଉଣୀକୁ କରୋନା ହୋଇ ଯାଇଥିଲା। ଯାହାଯୋଗୁଁ ତାଙ୍କୁ ସଙ୍ଗରୋଧରେ ରହିବାକୁ ପଡିଥିଲା। ‘କିନ୍ତୁ ମୁଁ ପାର୍ଟି ସହ ସମ୍ପୂର୍ଣ୍ଣ ଯୋଗାଯୋଗରେ ଥିଲି।

ଦଳ ପାଇଁ ସେହି ସମୟରେ ସୋସିଆଲ ମିହିଆରେ ଆକ୍ଟିଭ ରହି ଟ୍ବିଟ କରୁଥିଲି। ମୋ ଦ୍ୱାରା ଯେତିକି ହୋଇପାରିବ ମୁଁ ବିଦେଶରେ ରହି ସାହାଯ୍ୟ କରିଛି ’ ବୋଲି ଏମପି ସ୍ବାତୀ କହିଛନ୍ତି। ସୂଚନାଥାଉ କି, ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲ ଗିରଫ ହେବା ସମୟରେ ତାଙ୍କର ପାର୍ଟିର ବଡ଼ ବଡ଼ ନେତା ସ୍ବାତୀ ମାଲିଓ୍ବାଲ, ରାଘବ ଚଡ୍ଡା ଏବଂ ହରଭଜନ ସିଂ ଦିଲ୍ଲୀରେ ନ ଥିଲେ। ଏହାକୁ ନେଇ ପାର୍ଟିର ଶୀର୍ଷ ନେତୃତ୍ୱ ଅସନ୍ତୁଷ୍ଟ ଥିଲେ ବୋଲି ଅନୁମାନ କରାଯାଉଥିଲା।

Leave A Reply

Your email address will not be published.