ବିରୋଧୀଙ୍କ ଉପରେ ବର୍ଷିଲେ ଶାହା; କହିଲେ କଂଗ୍ରେସ ଜିତିପାରିବନି ୪୦ ବି ସିଟ୍

0

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ୫ମ ଚରଣ ନିର୍ବାଚନ ସୁଦ୍ଧା ମୋଦୀ ୩୧୦ ସିଟ୍ ଜିତିସାରିଥିଲେ,୬ଷ୍ଠ ଚରଣ ବେଳକୁ ଏହି ସଂଖ୍ୟା ୪ ଶହ ପାର୍ କରିସାରିଛି  । ଏଥର ଇଣ୍ଡିଆ ମେଣ୍ଟ ସଫା ହେବାକୁ ଯାଉଛି । କଂଗ୍ରେସ ପାର୍ଟି ଏଥର ୪୦ ସିଟ୍ ବି ଜିତିପାରିବନି । ଏପଟେ ଅଖିଳେଖ ଯାଦବ ମଧ୍ୟ ୪ ସିଟ୍ ଜିତିପାରିବେନି । ସୋମବାର ଉତ୍ତରପ୍ରଦେଶ ବଲିୟାରେ ନିର୍ବାଚନୀ ସଭା କରି ଏଭଳି କିଛି କଥା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହା ।

ଶାହା କହିଛନ୍ତି ଯେ, ଏଥର ଇଣ୍ଡିଆନ୍ ମେଣ୍ଟ ସଫା ହେବାକୁ ଯାଉଛି ।  ତେବେ ଭ୍ରଷ୍ଟାଚାର କରୁଥିବା ସମାଜବାଦୀ ପାର୍ଟି ଏବଂ ୟୁପିଏ ସରକାର ୧୨ ଲକ୍ଷ କୋଟି ଟଙ୍କାର ଘୋଟାଲା କରିଥିଲେ । ହେଲେ ୨୫ ବର୍ଷ ଧରି ସାମ୍ବିଧାନିକ ପଦ ପଦବୀରେ ଥିଲେ ମଧ୍ୟ ମୋଦୀଙଅକ ନାଁରେ ୨୫ ପଇସାର ମଧ୍ୟ ଭ୍ରଷ୍ଟାଚାର ଅଭିଯୋଗ ନାହିଁ । ଖାଲି ସେତିକି ନୁହେଁ, ଅଖିଳେଶଙ୍କ ଉପରେ ବର୍ଷିବା ସହ ସମାଜବାଦୀ ପାର୍ଟି ଶାସନରେ ୬ ହଜାର କୋଟିର ପିଏଫ୍ ଘୋଟାଲା, ୧୫ ଶହ କୋଟିର ଗୋମତୀ ରିଭର ଫ୍ରଣ୍ଟ ଘୋଟାଲା, ଲ୍ୟାପଟପ୍ ଘୋଟାଲା, ନୋଏଡା ଭୂମି ଆବଣ୍ଟନ ଘୋଟାଲା ହେଇଥିବା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

Leave A Reply

Your email address will not be published.