ଗିରଫ ହେଲେ ପ୍ରଜ୍ଜ୍ୱଳ ରେଭାନ୍ନା

0

ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍‌ ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବାଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍‌ ତାଙ୍କୁ ତୁରନ୍ତ ବାନ୍ଧିଥିଲା। ମହିଳା ପୁଲିସ୍‌ କର୍ମୀଙ୍କ ଏକ ଟିମ୍‌ ତାଙ୍କୁ ଧରି ସିଆଇଡି ଅଫିସ ଅଭିମୁଖେ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ରାତି ସାରା ପଚରାଉଚରା ହୋଇଥିବା ଜଣାଯାଇଛି। SIT ଟିମ୍‌ ଏୟାରପୋର୍ଟରୁ ପ୍ରଜ୍ଜ୍ୱଳଙ୍କ ସହ ଦୁଇଟଇ ସୁଟକେଶ୍‌ ବି ନେଇ ଯାଇଥିବା ଜଣାଯାଇଛି।

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଆଜି ମେଡିକାଲ ଟେଷ୍ଟ ନିମନ୍ତେ ସରକାରୀ ହସ୍ପିଟାଲ ନିଆଯିବ । ଏଥିସହ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ସେଠାରେ ପୁଲିସ୍‌ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରେ ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.