ସଂଗୀତକାର ବିକାଶ ଦାସ ଓ ଗୀତିକାର ଶ୍ରୀ ମୋହିତ ଚକ୍ରବର୍ତୀଙ୍କୁ ‘ମୂର୍ଚ୍ଚନା ସମ୍ମାନ-୨୦୨୪ ପ୍ରଦାନ

0

ଭୁବନେଶ୍ୱର, ୦୧/୦୬ ଓଡ଼ିଶାର ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ଦ୍ଵାରାପ୍ରତିଷ୍ଠିତ ଭାରତୀୟ ସଂଗୀତ, ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର, ନୃତ୍ୟ ଓ ନାଟକ, ସାଂସ୍କୃତିକ ଅନୁଷ୍ଠାନ‘ମୂର୍ଚ୍ଚନା’ର ୨୦ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ତା. ୩୧.୦୫.୨୦୨୪ (ଶୁକ୍ରବାର) ଦିନଭୁବନେଶ୍ଵର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ସାଧନା ପାଇଁ ବିଶିଷ୍ଟସଂଗୀତ ନିର୍ଦ୍ଦେଶକ ବିକାଶ ଦାସଙ୍କୁ ‘‘ସଂଗୀତକାର ସମ୍ମାନ-୨୦୨୪’’ ଓ ବିଶିଷ୍ଟ ଗୀତିକାରଶ୍ରୀ ମୋହିତ ଚକ୍ରବର୍ତୀ ‘ଗୀତିକାର ସମ୍ମାନ-୨୦୨୪’’ରେ ସମ୍ମାନିତ କରାଯାଇଥିଲା । ପରେପରେ ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ । ମୂର୍ଦ୍ଧନାର ସଂପାଦକଅଜୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶ୍ୱଜିତ୍ ଦାଶ, ଯୁଗ୍ମ ନିର୍ଦ୍ଦେଶକ

ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ଵର, ମୁଖ୍ୟ ବକ୍ତା ଶ୍ରୀ ବିଶ୍ଵଜିତ୍ ଦାଶ, ଆସିଷ୍ଟାଣ୍ଟ ଜେନେରାଲମ୍ୟାନେଜର, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଜି.ଟି. ଶାଖା, ଭୁବନେଶ୍ଵର ଆଲୋକପାତ କରିଥିଲେ । ଏହିଅବସରରେ ମୂର୍ଚ୍ଚନାର ମୂଖପତ୍ର ‘ମୂର୍ଚ୍ଚନା-୨୦୨୪’ ଉନ୍ମୋଚିତ ହୋଇଥିଲା । ପରେ ପରେଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଜୟଶ୍ରୀ ସାହୁ, ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା,

ଓ ଆର୍ଯ୍ୟ ଆଚାର୍ଯ୍ୟ ପ୍ରମୁଖ ଓଡ଼ିଆ ଚଳଚିତ୍ରର ପୁରୁଣା ସୁମଧୁର ଗୀତ ସବୁକୁ ପରିବେଷଣ କରିଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷରେ ଉପସଭାପତି ଶ୍ରୀ ଗୋଲକ ଚରଣ ମାର୍ଥା

ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁଉପଭୋଗ କରିଥିଲେ । ମୂର୍ଦ୍ଦନାର କର୍ମକର୍ତ୍ତା ହେମନ୍ତ ପରମଗୁରୁ, ରବିନ୍ଦ୍ର ମହାନ୍ତି, ତୁଷାରକାନ୍ତିଚୌଧୁରୀ, ସତରୁପା, ପ୍ରଣୟ ଜେଠୀ, ଦେବେନ୍ଦ୍ର ସାହୁ, କଳିଙ୍ଗ ଦାଶ, ଶେଖର ଦାସ ଓପୁଷ୍ପମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କମଳ କିରଣ ସଂଚାଳନକରିଥିଲେ ।

Leave A Reply

Your email address will not be published.