ଭୁବନେଶ୍ଵର (ଆମ ଟିଭି);‘ଓଡ଼ିଶା ଫିଲ୍ମ ଓ ‘ଆର୍ଟ ଅଫ୍ ଡିଗ୍ରୀ’ ପକ୍ଷରୁ ପୂର୍ବରୁ ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମ କରିଆସୁଛି l ସେମିତି ଏକ ଜନମଙ୍ଗଳ କାର୍ଯ୍ୟକ୍ରମ ନିକଟରେ ଏହି ସଂଘ କରିଥିଲା l ରାଜଧାନୀ ଭୁବନେଶ୍ୱର ର ପଥଚାରୀଙ୍କୁ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ୍ ତରଫରୁ ଛତା ବଣ୍ଟନ କରାଯାଇଛି। ଶ୍ରୀୟା ଟକିଜ୍, ରାମ ମନ୍ଦିର ତଥା ରାଜଧାନୀର ଅନ୍ୟାନ୍ୟ ସ୍ଥାନରେ ପଥଚାରୀ ଙ୍କୁ ଛତା କରାଯାଇଥିଲା । ବର୍ତ୍ତମାନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ଜୀବନ ଜଳି ଯାଉଥିବାରୁ ଡାଇରେକ୍ଟର ଆସୋସିଏସନ୍ ସାଧାରଣ ଜନସାଧାରଣଙ୍କୁ ଏଭଳି ଏକ ସାହାଯ୍ୟ କରିବା ପାଇଁ ଏଇ ପଦକ୍ଷେପ ନେଇଛନ୍ତି।
ଏହି ଛତା ବଣ୍ଟନ କାର୍ଯ୍ୟକ୍ରମରେ ଓଲିଉଡ଼ ର ବହୁ ନାମୀ ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ହିମାଂଶ ଶେଖର ଖଟୁଆ, ଅବତାର ସିଂ, ବବି ଇସଲାମଙ୍କ ସହ ପ୍ରାୟ ୨୦ ଜଣ ନିର୍ଦେଶକ ଛତା ବଣ୍ଟନ କରିଥିଲେ । ଆଗାମୀ ଦିନରେ ଏହିଭଳି ଜନସେବା କାର୍ଯ୍ୟକ୍ରମ ଜାରି ରହିବ ଏବଂ ଆଗାମୀ ପବିତ୍ର ରଥଯାତ୍ରା ଦିନ ପୁରୀ ରେ ଭକ୍ତ ମାନଙ୍କପାଇଁ ଜଳଛତ୍ର ସେବା ଶିବିର ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ନିର୍ଦ୍ଦେଶକ ବବି ଇସଲାମ କହିଥିଲେ ।