୨୦ଦିନ ଭିତରେ ଏନଡିଏରେ ସାମିଲ ହେବେ ଉଦ୍ଧବ ଠାକରେ! ମିଳିଲା ବଡ଼ ସଙ୍କେତ

0

ଲୋକ ସଭା ନିର୍ବାଚନ ୨୦୨୪ ପରେ ମହାରାଷ୍ଟ୍ର ରାଜନୈତିକ ମହଲରେ ବଡ଼ ଓଳଟ ପାଲଟ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ରେଜଲ୍ଟ ବାହାରିବାର ଦୁଇ ଦିନ ପୂର୍ବରୁ ରାଜ୍ୟର ଜଣେ ବିଧାୟକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ ବହୁତ ଶୀଘ୍ର ଏନଡିଏରେ ମିଶିବାକୁ ଯାଉଛନ୍ତି। କିନ୍ତୁ ଶିବସେନା (ଉଦ୍ଧବଗୋଷ୍ଠୀ)ଙ୍କ ପକ୍ଷରୁ ଏହି ଦାବିକୁ ନେଇ କୌଣସି ପ୍ରତିକ୍ରିୟା ନ ମିଳିବା କିଛି ଅଲଗା ସଙ୍କେତ ଦେଖାଯାଉଛି। ଫଳାଫଳ ପୂର୍ବରୁ ଆସିଥିବା ଏକଜିଟ ପୋଲରେ ମହାରାଷ୍ଟ୍ର ସହ ଅନେକଗୁଡିଏ ରାଜ୍ୟରେ ଏନଡିଏର ଦବ୍‌ଦବା ଦେଖିବାକୁ ମିଳିପାରେ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଧାୟକ ରବି ରାଣା କହିଛନ୍ତି, ‘ଠାକରେ ବହୁତ ଶୀଘ୍ର ଏନଡିଏରେ ସାମିଲ ହେବାକୁ ଯାଉଛନ୍ତି। ପୂର୍ବରୁ ମୁଁ ଯାହା ବି ଦାବି କରିଛି ସେ ସବୁ ସତ ହୋଇଛି। ତେବେ ଏହା ବି ସମ୍ପୂର୍ଣ୍ଣ ସତ ହେବାକୁ ଯାଉଛି’। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ରବି ରାଣାଙ୍କର ଏପରି ବଡ଼ ଦାବି ପରେ ମଧ୍ୟ ଠାକରେ ଗୋଷ୍ଠୀ ମୁହଁ ଫିଟାଇ ନାହାନ୍ତି।

Leave A Reply

Your email address will not be published.