ଜୀ ସାର୍ଥକରେ ଭିନ୍ନ ସ୍ୱାଦର ନୂଆ ଧାରାବାହିକ “ତୁମ ବିନା” ଜୁନ୍ ୧୦ ରୁ ଆରମ୍ଭ
ଭୁବନେଶ୍ୱର (ଆମ ଟିଭି): ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ସିରିଏଲ ବା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଖୁବ ଭେଟି ଦେଇଛି ଜୀ ସାର୍ଥକ । ଯେଉଁଥି ପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଅଶେଷ ଭଲପାଇବା । ଠିକ ସେମିତି ଆଉ ଏକ ମନଛୁଆଁ ନୂଆ କାହାଣୀ ‘’ତୁମ ବିନା’’ ନେଇ ଆସୁଛି ଯାହା ଆସନ୍ତା ଜୁନ ୧୦ ତାରିଖ ଠାରୁ ପ୍ରତ୍ୟେକ ସୋମବାର ରୁ ଶନିବାର ରାତି ୮ ଟା ରେ ପ୍ରସାରିତ ହେବ l
ଏହି କାହାଣୀ ସବୁ କାହାଣୀଠୁ ଭିନ୍ନ । ଯାହା ଉପରେ ଏବେଠୁ ଦର୍ଶକଙ୍କର ରୁଚି ଦେଖିବାକୁ ମିଳୁଛି । ଏହି ଧାରାବାହିକରେ ଆମେ ଜଣା ଅଜଣାରେ ବାନ୍ଧି ହୋଇଥିବା ଏକ ପ୍ରେମ କାହାଣୀକୁ ଦେଖିବାକୁ ପାଇବା । ପିପିଲି ରେ ବାସ କରୁଥିବା ଲକ୍ଷ୍ମୀ ଯୋଉଠି ପାଦ ଦିଏ, ସେଠି କେବଳ ଶୁଭ ହିଁ ଶୁଭ ହୁଏ l ସମସ୍ତେ ଲକ୍ଷ୍ମୀ କୁ ଶୁଭ ବୋଲି ମାନନ୍ତି l ଏକ ଦୁର୍ଘଟଣାରେ ଲକ୍ଷ୍ମୀ ର ବାପା ମାଆ ଙ୍କ ମୃତ୍ୟୁ ପରେ ଲକ୍ଷ୍ମୀ ନିଜ ଭାଇ ଭଉଣୀ ସହ ଆସି ସହରରେ ଦାଦା ଖୁଡି ଙ୍କ ପାଖରେ ରହେ l
ଲକ୍ଷ୍ମୀର ଲୋଭି ଓ କୁଚକ୍ରାନ୍ତ ଖୁଡି ତାଙ୍କର ସମସ୍ତ ସମ୍ପତ୍ତି ହାତେଇବା ପାଇଁ ଲକ୍ଷ୍ମୀ ର ବାହାଘର ତାଙ୍କ ଭଣଜା ସହିତ କରାଇବା ପାଇଁ ସ୍ଥିର କରିଥିବା ବେଳେ ତାଙ୍କର ଏହି ଷଡଯନ୍ତ୍ର ବିଫଳ ହୋଇଯାଏ । ଏହା ପଛରେ ମୂଳ କାରଣ – ଭାଗ୍ୟର ଖେଳ । ଅଜାଣତରେ ଲକ୍ଷ୍ମୀ ର ଅକ୍ଷୟ ସହ ଦେଖା ହୁଏ l ଗୁରୁଦେବ ଙ୍କ କହିବା ଅନୁସାରେ ଅକ୍ଷୟ ର ଭାଗ୍ୟ ରେ କୁଣ୍ଡଳୀରେ ଦୋଷ ଅଛି ତେଣୁ ରିଷ୍ଟ ଖଣ୍ଡନ ପାଇଁ ଅକ୍ଷୟ ର ପରିବାର ଯଜ୍ଞ କରନ୍ତି । ଆଗକୁ ଯାଇ ଅକ୍ଷୟର ପରିବାର ଅକ୍ଷୟ ର ବାହାଘର ଲକ୍ଷ୍ମୀ ସହ ଠିକ୍ କରନ୍ତି । ବାହାଘର ପରେ ଲକ୍ଷ୍ମୀ ଜାଣିବାକୁ ପାଏ ଯେ ଅକ୍ଷୟ ର ରିଷ୍ଟ ଖଣ୍ଡନ ପାଇଁ ତା ବାହାଘର ଅକ୍ଷୟ ସହ କରିଛନ୍ତି । ଏଇ ସତ ଜାଣିବା ପରେ ଲକ୍ଷ୍ମୀ କ’ଣ ଅକ୍ଷୟ ଠୁ ଦୂରେଇ ଯିବ ନା ଆଗକୁ ଯାଇ ଲକ୍ଷ୍ମୀ ସକରାତ୍ମକ ମନୋଭାବ ଅକ୍ଷୟର ଭାଗ୍ୟକୁ ପରିବର୍ତ୍ତନ କରିଦେବ । ଏହି ଭଳି ଭାଗ୍ୟ, ସକରାତ୍ମକତାର ଶକ୍ତିକୁ ଚିତ୍ରିତ କରିବାକୁ ଯାଉଛି ଏହି ସୁନ୍ଦର କାହାଣୀ ।
କଥାରେ କୁହାଯାଏ ଯାହା ହୁଏ ଭଲ ପାଇଁ । ତେବେ ଅକ୍ଷୟ ଓ ଲକ୍ଷ୍ମୀଙ୍କ ଜୀବନ କେଉଁ ଆଡେ ଗତି କରୁଛି ତାହା ଆସୁଥିବା ସମୟ ହିଁ କହିବ । ଦେଖିବାକୁ ବାକି ରହିଲା ଜଣା ଅଜଣାରେ ବାନ୍ଧି ହୋଇଥିବା ଦୁହିଁଙ୍କ ଜୀବନୀକୁ ବିଧାତା ଲେଖିବ ପ୍ରେମ କାହାଣୀ ।
ଶ୍ରଦ୍ଧା ସୁମନ ପ୍ରଡ଼କସନ ଦ୍ୱାରା ନିର୍ମିତ ହେଉଛି ଏଇ ଭିନ୍ନ ସ୍ୱାଦର ଧାରାବାହିକ ”ତୁମ ବିନା” l ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ବିଜୟ ବାରିକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ଦାସ l ମୁଖ୍ୟ ଚରିତ୍ର ରେ ଅଭିନେତା ଆକାଶ ପୁରୋହିତ, ଅଭିନେତ୍ରୀ ପୁଣ୍ୟଶ୍ରୋତା ଓ ଅନ୍ୟାନ୍ୟ ଚରିତ୍ର ରେ ବରିଷ୍ଠ ଅଭିନେତା ବିରେନ ମିଶ୍ର, ସୁଭ୍ରାଂଶୁ, ବିରାଜ ଏବଂ ଚୁନି ଅଛନ୍ତି l
ତେବେ ଦେଖିବାକୁ ଭୁଲିବେନି ଜୀ ସାର୍ଥକର ନୂଆ ଧାରାବାହିକ ‘’ତୁମ ବିନା’’ । ଏହା ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଦେବ ଏଥିରେ କୌଣସି ଦ୍ବିମତ ନାହିଁ ବୋଲି କହିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ।