୧୨ ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

0

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବନିର୍ବାଚିତ ବିଧାୟକ ଚନ୍ଦ୍ରବାବୁ ନାଇଡ଼ୁ। ପୂର୍ବରୁ ସେ ଜୁନ୍ ୯ରେ ଶପଥ ନେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା କିନ୍ତୁ ସଦ୍ୟତମ ରିପୋର୍ଟ ଅନୁସାରେ ଜୁନ୍ ୧୨ରେ ଶପଥ ସମାରୋହ ରହିଛି।

ଏହି ଶପଥ ସହ ତେଲୁଗ ଦେଶମ ପାର୍ଟି(TDP) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ଏହାପରେ ୨୦୧୪ରେ ରାଜ୍ୟ ବିଭାଜନ ପରେ ତୃତୀୟ ପାଳି ପୂରା କରିଥିଲେ। କିନ୍ତୁ ୨୦୧୯ରେ YSR କଂଗ୍ରେସର ଜଗନ ମୋହନ ରେଡ୍ଡୀ ତାଙ୍କଠାରୁ ପଦ ଛଡ଼ାଇ ଆଣିଥିଲେ। ପାଞ୍ଚ ବର୍ଷ ପରେ ପୁଣି ସତ୍ତାକୁ ଫେରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ।

୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଏଥର ହୋଇଥିଲା ଜୋରଦାର ଫାଇଟ୍। YSR କଂଗ୍ରେସକୁ ସତ୍ତାରୁ ହଟାଇବା ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ କରିଥିଲେ ଟିଡିପି ଓ ଜେଏସପି(ଜନ ସେନା ପାର୍ଟି)।

Leave A Reply

Your email address will not be published.