ଧମେନ୍ଦ୍ରଙ୍କୁ ଆସିଲା ଫୋନ୍‌ କଲ୍‌, ମିଳିବ କି ବଡ଼ ମନ୍ତ୍ରୀପଦ?

0

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ତେବେ କାହାକୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବ। ସେନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ଅନେକ ମନ୍ତ୍ରୀମାନଙ୍କୁ ଫୋନ୍‌ ଆସିବା ଆରମ୍ଭ ହୋଇଛି।

ଏହି କ୍ରମରେ ଏ ପର୍ଯ୍ୟନ୍ତ ଓଡ଼ିଶାର ସୁରେଜ ପୂଜାରୀ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମଙ୍କୁ କଲ୍‌ ଆସଥିବା ବେଳେ ଏବେ ଧମେନ୍ଦ୍ର ପ୍ରଧାନଙ୍କୁ ଫୋନ୍‌ ଆସିଛି। ତେବେ ଧମେନ୍ଦ୍ରଙ୍କୁ କେଉଁ ମନ୍ତ୍ରୀପଦ ମିଳିବ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.