ଗୁରୁବାର ଇଟାଲି ଯିବେ ମୋଦି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥାତ ଜୁନ ୧୩ ଗୁରୁବାର ଦିନ ଇଟାଲି ଯିବେ। ତୃତୀୟ ଥର ପାଇଁ କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ବୈଦେଶିକ ଯାତ୍ରା ହେବ। ଜୁନ ୧୪ ରେ ଇଟାଲିରେ ହେବାକୁ ଥିବା ଜି୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ବିଶ୍ୱର ଅନେକ ବଡ ଦେଶର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ସୂଚନା ଅନୁଯାୟୀ, ଜି୭ ସମ୍ମିଳନୀରେ ଯୋଗଦେବାକୁ ଥିବା ଦେଶର ମୁଖ୍ୟମାନେ ହେଉଛନ୍ତି – ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜି୭ ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି।

ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା କହିଛନ୍ତି, ଜୁନ ୧୪ ରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ତମ ଜି୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଇଟାଲି ର ଆପୁଲିଆରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବୈଦେଶିକ ଗସ୍ତ । ଏହାଦ୍ୱାରା ଭାରତ ସହ ଗ୍ଲୋବାଲ ସାଉଥ୍‌ର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱର ବଡ ନେତାଙ୍କ ସହ ଯୋଡି ହେବାର ସୁଯୋଗ ଦେବ।

Leave A Reply

Your email address will not be published.