ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଉଛି ଜୀବନ । ଉତ୍ତରପ୍ରଦେଶରେ ପ୍ରଚଣ୍ଡ ଖରା ଯୋଗୁଁ ୩୩ ଜଣଙ୍କ ମୃତ୍ୟୁ ସୂଚନା

0

ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଉତ୍ତର ଭାରତ ଏବଂ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରି ପାଖାପାଖି ପହଞ୍ଚିଛି। ପ୍ରବଳ ଗରମ ଯୋଗୁଁ କେବଳ ଉତ୍ତରପ୍ରଦେଶରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବିହାରରେ ଗ୍ରୀଷ୍ମପ୍ରବାହ ୧୨୮ ବର୍ଷର ରେକର୍ଡ ଭାଙ୍ଗିଛି । ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଘରୁ ନ ବାହାରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କିନ୍ତୁ ଜୀବିକା ପାଇଁ ଲୋକମାନଙ୍କୁ ଘରୁ ବାହାରିବାକୁ ପଡ଼ୁଛି । ସବୁଠାରୁ ଅସହାୟ ହେଉଛି ଦେଶର ରାଜଧାନୀ, ଯେଉଁଠାରେ ଏହି ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ବିଜୁଳିକାଟ ଲୋକଙ୍କୁ ସମସ୍ୟାରେ ପକାଇଦେଇଛି ।

Leave A Reply

Your email address will not be published.