ଶିକ୍ଷା କ୍ଷେତ୍ରରେ ଆଜି ସବୁଠୁ ଖାସ୍‌ ଦିନ: ମୋଦି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାରର ରାଜଗିରରେ ଥିବା ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ୧୭ଟି ଦେଶର ରାଷ୍ଟ୍ରଦୂତ ଅଂଶଗ୍ରହଣ କରିବେ। ବିଶ୍ୱବିଦ୍ୟାଳୟର ଉଦଘାଟନ ସହିତ ବିହାର ମଧ୍ୟ ହଜିଯାଇଥିବା ଐତିହ୍ୟକୁ ପୁନଃପ୍ରାପ୍ତ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ଫଟୋ ଶେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ଆଜି ଆମର ଶିକ୍ଷା କ୍ଷେତ୍ର ପାଇଁ ଏକ ବିଶେଷ ଦିନ ଅଟେ। ଆଜି ସକାଳ ପ୍ରାୟ ସାଢେ ୧୦ଟା ବେଳେ ରାଜଗିରିରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦଘାଟନ ହେବ। ଆମର ଗୌରବମୟ ଇତିହାସ ସହିତ ନାଳନ୍ଦାର ଗଭୀର ସମ୍ପର୍କ ଅଛି। ନାଳନ୍ଦା ବିଶ୍ୱବିଦ୍ୟାଳୟର ଫାଟକ ଏବଂ ଏହାର କ୍ୟାମ୍ପସ ପିଏମ ମୋଦି ଶେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.